ଗାତେରୀ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆଗାଁ(ପୁଷ୍ପଲତା ପ୍ରଧାନ) :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତରେ ସରପଞ୍ଚ ସସ୍ମିତା ସାହାଣୀଙ୍କ ତତ୍ତ୍ଵାବଧାନରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଲୋକ ମାନଙ୍କ ସମସ୍ୟା ବୁଝିଥିଲେ।ବିଧାୟକ ଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ସରପଞ୍ଚ ସସ୍ମିତା ସାହାଣୀ,ସମିତି ସଭ୍ୟା ହରପ୍ରିୟା ଦାସ,ନାଏବ ସରପଞ୍ଚ ପ୍ରଶାନ୍ତ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ।ବିଧାୟକ ଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ପଞ୍ଚାୟତ ତରଫରୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା। ଗାତେରୀ ପଞ୍ଚାୟତ କୁ ଏକ ଆଦର୍ଶ ପଞ୍ଚାୟତ ରୂପେ ଗଢି ତୋଳିବା ପାଇଁ ପ୍ରଚେଷ୍ଟା ଜାରୀ ରଖିଥିବା କହିଥିଲେ ସରପଞ୍ଚ ସସ୍ମିତା ସାହାଣୀ। ଗାତେରୀ ପଞ୍ଚାୟତ ରେ ଉପସ୍ଥିତ ରହି ଲୋକ ମାନଙ୍କ ସମସ୍ୟା ବୁଝି ଥିବାରୁ ଦଶପଲ୍ଲା ବିଧାୟକ ଙ୍କୁ ପଞ୍ଚାୟତ ବାସୀ ଙ୍କ ତରଫରୁ କୃତଜ୍ଞତା ପ୍ରଦାନ କରିଥିଲେ ସମାଜ ସେବୀ ସରୋଜ ସାହାଣୀ।

Comments are closed.