ବିରଳ ପଶୁ ମାଂସ ଶୀକାର କରି ଚୋର‍ା ଚାଲାଣ କରୁଥିବା ଅଭିଯୋଗରେ ବନ ବିଭାଗର ଚଢାଉ ୨ ଶୀକାରୀ ଗିରଫ

ଟାଙ୍ଗି(ରାକେଶ କୁମାର ଜଗଦେବ) : ବିରଳ ପଶୁ ମାଂସ ଶୀକାର କରି ଚୋର‍ା ଚାଲାଣ କରୁଥିବା ଅଭିଯୋଗରେ ବନ ବିଭାଗର ଚଢାଉ ୨ ଶୀକାରୀ ଗିରଫ | ଗିରଫ ଶୀକାରୀଙ୍କ ନିକଟରୁ ବିପୁଳ ଝିଙ୍କ କାଠି ବିରଳ ମୃତ ଗୋଧୀ ସହ ଜଙ୍ଗଲି ବାରହା ମାଂସ ଜବତ କରାଯାଇଛି | ବନ ବିଭାଗ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ଟାଙ୍ଗୀ ବନ ବିଭାଗ ରେଂଜ୍ ଭୁଷଣ୍ଡ ପୁର ନିକଟସ୍ଥ ପାତ୍ରପଡା ଗ୍ରାମରେ | ଗିରଫ ଶୀକାରୀ ଦ୍ୱୟ ହେଲେ କେଶବ ନାୟକ ଓ ରଂଜନ ନାୟକ | ଉଭୟଙ୍କ ଘର ପାତ୍ରପଡା ଗ୍ରାମରେ | ଏହି ଚଢାଉରେ ସାମିଲ ହୋଇଥିଲେ ଫରେଷ୍ଟର ଗୋଲାପ ସେଠୀ,ରାକେଶ ପଣ୍ଡା,ରଂଜୁଲତା ମିଶ୍ର,ଗାର୍ଡ ବବଲୁ ମିଶ୍ର,ନିହାର ରଂଜନ ପଟନାୟକ ପ୍ରମୁଖ | ବହୁ ଦିନ ହେଲା ନିକଟସ୍ଥ ଜଙ୍ଗଲରେ ଗିରଫ ଶୀକାରୀ କେଶବ ଓ ରଂଜନ ବନ୍ୟ ଜନ୍ତୁ ଶୀକାର କରି ମାଂସ ଚମଡା ବିକ୍ରି କରି ଆସୁଥିଲେ | ଏଭଳି ମାଂସ ଓ ଝିଙ୍କ କାଠି ଜବତ ହେବା ଟାଙ୍ଗୀ ବନାଂଚଳରେ ପ୍ରଥମ ଘଟଣା ତେଣୁ ଏ ନେଇ ବନ ବିଭାଗ ଅଧିକ ଛାନବିନ କରୁଥିବା ଜଣା ପଡିଛି |

 

Comments are closed.