ନାମାଙ୍କନ ଭରିଲେ ଜଗଦୀପ ଧନଖର
ନୂଆଦିଲ୍ଲୀ: ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ ସୋମବାର ସଂସଦ ଭବନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନେକ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିଥିଲେ। ନାମାଙ୍କନ ଦାଖଲ କରିବା ପୂର୍ବରୁ ଧନଖଡ ପଶ୍ଚିମବଙ୍ଗର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି।
ଧନଖଡ ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ମୋଦି ଦସ୍ତଖତ କରିଥିବା ବେଳେ ପ୍ରାର୍ଥିପତ୍ରକୁ ରିଟର୍ଣ୍ଣିଂ ଅଫିସରକୁ ହସ୍ତାନ୍ତର କରିଦିଆଯାଇଛି।
Comments are closed.