ଶ୍ରୀଲଙ୍କା ଶଙ୍କଟରେ ହସ୍ତକ୍ଷେପ କରିବ ଭାରତ
ନୂଆଦିଲ୍ଲୀ: ପଡୋଶୀ ଦେଶ ଶ୍ରୀଲଙ୍କାରେ ଦେଖାଦେଇଥିବା ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟରେ ହସ୍ତକ୍ଷେପ କରିବେ ଭାରତ ସରକାର । ଆଜି ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ଡକାଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର । ତାମିଲନାଡୁର ଦୁଇ ଦଳ ଡିଏମକେ ଏବଂ ଏଆଇଏଡିଏମକେ ଶ୍ରିଲଙ୍କା ସଙ୍କଟ ଉପରେ ହସସ୍ତକ୍ଷେପ କରିବାକୁ ଅପିଲ କରିବା ପରେ ଏହି ବୈଠକ ଡକାଇଛନ୍ତି କେନ୍ଦ୍ର ସରକାର ।
ଶ୍ରୀଲଙ୍କା ଏବେ ସାତ ଦଶନ୍ଧୀରେ ସବୁଠୁ ଅଧିକ ବଡ ଅର୍ଥନେଅତିକ ସଙ୍କଟ ମଧ୍ୟରେ ଗତି କରୁଛି । ଆଜିଠୁ ସଂସଦରେ ମୌସୁମୀ ଅଧିବେସନ ଆରମ୍ଭ ହେଉଥିବା ବେଳେ ଏହି ବୈଠକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଶ୍ରିଲଙ୍କାର ରାଷ୍ଟ୍ରପତି ଦେଶ ଛାଡି ପଳାଇଯାଇଥିବା ବେଳେ ଏପର୍ୟ୍ୟନ୍ତ ନୂଆ ରାଷ୍ଟ୍ରପତି କିଏ ହେବ ତାର ପ୍ରକ୍ରିୟ ଆରମ୍ଭ ହୋଇଛି । ଦେଶରେ ଚାଉଳ କିଲୋ ୭୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡାଲି ୪୦୦ ଟଙ୍କାରେ ବିକ୍ରି ହେଉଛି । ଦେଶରେ ଅନେକ ଲୋକ ଜୀବୀକା ହରାଇ ବସିଥିବା ବେଳେ ଲୋକଙ୍କ ପାଖରେ ଖାଇବା ପାଇଁ ଟଙ୍କା ନାହିଁ ।
Comments are closed.