ଚୁଡ଼ା-ମୁଢି ଉପରେ ଜିଏସଟି ହଟାଇବାକୁ ଦାବି କଲା କଂଗ୍ରେସ

ଭୁବନେଶ୍ଵର : ବିଧାନସଭାରେ ଶୂନ୍ୟକାଳରେ ଉଠିଲା ଚୁଡ଼ା-ମୁଢି ଉପରେ ଜିଏସଟି ଲାଗିବା ପ୍ରସଙ୍ଗ। ସକାଳ ହେଉକି ସଞ୍ଜ ଚୁଡ଼ା-ମୁଢି ଉପରେ ରାଜ୍ୟବାସୀ ନିର୍ଭର କରନ୍ତି। ତେଣୁ ଏହାକୁ ଗୁରୁତ୍ଵର ସହ ନେଇ ତୁରନ୍ତ ଜିଏସଟି ହଟାଇବାକୁ ଦାବି କଲା କଂଗ୍ରେସ। ଏନେଇ ବିଧାୟକ ତାର ପ୍ରସାଦ ବାହିନୀପତି କହିଛନ୍ତି ଯେ, ଏହା ଗରିବଙ୍କ ପେଟରେ ଲାତ। ଏହା ଉପରେ କମିଟି ହେଉ। ଜିଏସଟି କମିଶନ ଓ ପ୍ରଧାନମନ୍ତ୍ରୀଙ୍କୁ କମିଟି ଭେଟୁ।

ସେହିପରି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଯଦି କେନ୍ଦ୍ର ସରକାର ଏହାଉପରେ ଜିଏସଟି  ଲଗାଉଛନ୍ତି ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ନଲଗାନ୍ତୁ। ଯଦି ରାଜ୍ୟ ସରକାର ଲାଗୁ କରିବେ ତେବେ ନିଜ ତାହାକୁ ବହନ କରନ୍ତୁ ବୋଲି ସୁର ଦାବି କରିଛନ୍ତି। ଚୁଡ଼ା-ମୁଢି, ଖଇ, ଦହି, କ୍ଷୀର, ବଟର ଉପରେ ଜିଏସଟି  ଲାଗୁ ହେବା ଦ୍ୱାରା ଗରିବ ଲୋକେ କ୍ଷୀର, ଦହି ଖାଇ ପାରିବେନି। ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି।

ଏତଦ୍ ବ୍ୟତୀତ ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ ଚୁଡ଼ା, ମୁଢ଼ି, ଉଖୁଡା ଓ ଦହି ଭଳି ସାମଗ୍ରୀରେ ଜିଏସଟି  ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି କହିଛନ୍ତି। ଏହି ସବୁ ଖାଦ୍ୟ ପଦାର୍ଥରୁ ଜିଏସଟି  ହଟାଇବାକୁ ଦାବି କରିବା ସହ ଗୃହରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି। ଏହାର ଉତ୍ତରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଜିଏସଟି  ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ। ଏବଂ ଏହି ଜିଏସଟି  କେବଳ କମ୍ପାନୀମାନଙ୍କରେ ହେଉଥିବା ପକେଟ୍ ଉପରେ ଲାଗୁହେବ। ଗ୍ରାମାଞ୍ଚଳରେ ବିକ୍ରି ହେଉଥିବା ଖୁଚୁରା ବ୍ୟବସାୟ କିମ୍ବା ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡ଼ିବନି।

Comments are closed.