ଜିତିଲା ଭାରତ
ଲଣ୍ଡନ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ ଆଜି ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଜଶପ୍ରୀତ ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି। ଏଥି ସହିତ ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତ ପ୍ରଥମ ଦିନିକିଆକୁ ୧୦ ଉଇକେଟରେ ଜିତିଥିବା ବେଳେ ଇଂଲଣ୍ଡ ଦ୍ୱିତୀୟ ଦିନିକିଆକୁ ୧୦୦ ରନରେ ଜିତିଛି। ଆଜିର ମ୍ୟାଚ ଜିତି ଉଭୟ ଦଳ ଦିନିକିଆ ସିରିଜ ହାତେଇବାକୁ ଚାହୁଁଛନ୍ତି।
Comments are closed.