କାନପୁରା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ସାଙ୍ଗକୁ କୃତି ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ

ଢେଙ୍କାନାଳ(ନିହାର ରଞ୍ଜନ ସାହୁ) : ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାନପୁରା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ସାଙ୍ଗକୁ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଆଜି ୩୦ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟର ଏହାକୁ ପାଳନ କରାଯିବା ସାଙ୍ଗକୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ଉପରେ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ମୁଖ୍ୟ ଅତିଥି ଭାବରେ କାମାକ୍ଷାନଗର ବିଡ଼ିଓ ବିକାଶ କୁମାର ମହାନ୍ତି ଉପସ୍ଥିତ ରହିଥିବା ବେଳେ ଅନ୍ୟତମ ଅତିଥି ଭାବରେ ପରିଚାଳନା କମିଟି ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।

Comments are closed.