ଶ୍ରୀଲଙ୍କାରେ ସ୍ଥିତି ସାଙ୍ଘାତିକ , ମିଳୁନି ଅଣ୍ଡା
କଲମ୍ବୋ : ଶ୍ରୀଲଙ୍କାରେ ରାଜନୈତିକ ଏବଂ ଆର୍ଥିକ ସଙ୍କଟ ଯୋଗୁ ସୁପରମାର୍କେଟରେ ଖାଦ୍ୟ ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଶେଷ ହୋଇଗଲାଣି। ଏପରିକି ଶ୍ରୀଲଙ୍କାରେ ଲୋକେ ଗ୍ୟାସ, ରନ୍ଧନ ତୈଳ, ଚିନି, କ୍ଷୀର ପାଉଡର, ଔଷଧ ପରି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ପରିଲକ୍ଷିତ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁପରମାର୍କେଟରେ ବି ବ୍ରେଡ୍ କି ଅଣ୍ଡା ମିଳୁନି।
ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୨.୩ ମିଲୟନ ଶିଶୁଙ୍କ ସହିତ ୫.୭ ମିଲିୟନ ଶ୍ରୀଲଙ୍କା ଲୋକ ଏବେ ତତ୍କାଳ ମାନବୀୟ ସହାୟତା ଆବଶ୍ୟକ କରୁଛନ୍ତି।
Comments are closed.