ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ନୂଆଗାଁ,ଗଣିଆ,ଏବଂ ଦଶପଲ୍ଲା ବ୍ଲକ୍ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବିଧାନସଭାରେ ଅଣ ତାରିକା ପ୍ରଶ୍ନ ମାଧ୍ୟମରେ ଦାବୀ ଉପସ୍ଥାପନା କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ଅଣ ତାରିକା ପ୍ରଶ୍ନ ସଂଖ୍ୟା ୧୭୮ ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ନୂଆଗାଁ ଏବଂ ଦଶପଲ୍ଲା ବ୍ଲକ୍ ରେ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ କି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ କେବେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଦଶପଲ୍ଲା ବିଧାୟକ ପ୍ରଶ୍ନ କରିଥିଲେ।ଉତ୍ତରରେ ବାଣିଜ୍ୟ ଓ ପରିବହନ ଏବଂ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ଜିଲ୍ଲାପାଳ ଙ୍କ ଦ୍ଵାରା ଜାଗା ଚିହ୍ନଟ ଏବଂ ହସ୍ତାନ୍ତର ପରେ ନୂତନ ବସ୍ ଷ୍ଟାଣ୍ଡ ପାଇଁ ପଦକ୍ଷେପ ଗ୍ରହଣ କରାଯିବ।ସେହିପରି ଅଣ ତାରିକା ପ୍ରଶ୍ନ ସଂଖ୍ୟା ୧୦୯୩ ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ନୂଆଗାଁ ଏବଂ ଗଣିଆ ବ୍ଲକ୍ ରେ କେବେ ସବ୍ ରେଜିଷ୍ଟର କାର୍ଯ୍ୟାଳୟ ଖୋଲାଯିବ ବୋଲି ବିଧାୟକ ପ୍ରଶ୍ନ କରିଥିଲେ।ଏହାର ଉତ୍ତରରେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ ଏହା ରାଜ୍ୟ ସରକାର ଙ୍କ ବିଚାରଧୀନ ରହିଛି। ଦଶପଲ୍ଲା ବିଧାୟକ ଅଣ ତାରିକା ପ୍ରଶ୍ନ ସଂଖ୍ୟା ୧୨୧୨ ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ନୂଆଗାଁ ,ଗଣିଆ ଏବଂ ଦଶପଲ୍ଲା ବ୍ଲକ୍ ତହସିଲ ଅଧିନରେ ଥିବା ଭୂମିହୀନ ହିତାଧିକାରୀ ମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଘରଡିହ ଜମି ଯୋଗାଇ ଦିଆଯାଇଛି ଏବଂ କେବେ ସୁଦ୍ଧା ଅବଶିଷ୍ଟ ଯୋଗ୍ୟ ବିବେଚିତ ପରିବାରକୁ ଯୋଗାଇଦିଆଯିବ ବୋଲି ପ୍ରଶ୍ନ କରିଥିଲେ।ଏହାର ଉତ୍ତରରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ ନୂଆଗାଁ,ଗଣିଆ ଏବଂ ଦଶପଲ୍ଲା ବ୍ଲକ୍ ରେ ୧୧୮୨ ଜଣଙ୍କୁ ଘରଡ଼ିହ ଜମି ବଣ୍ଟନ କରାଯାଇଛି।ଅବଶିଷ୍ଟ ଯୋଗ୍ୟ ବିବେଚିତ ୬୯ ଜଣଙ୍କୁ ତୁରନ୍ତ ଘରଡିହ ଜମି ବଣ୍ଟନ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଅଛି।ପ୍ରଶ୍ନସଂଖ୍ୟା ୧୦୯୨ ରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ କେବେ ସୁଦ୍ଧା ମଞ୍ଜୁର କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଧାୟକ ପ୍ରଶ୍ନ କରିଥିଲେ।ଏହାର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ପ୍ରକଳ୍ପ ର ପରିବେଶ ନିକାସ ଏବଂ ଦ୍ଵିତୀୟ ପର୍ଯ୍ୟାୟ ଜଙ୍ଗଲ ନିକାସ ପ୍ରାପ୍ତ ହେବା ପରେ ପ୍ରାକ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିକାଶ ପାଇଁ ବିଧାନସଭାରେ ପ୍ରଶ୍ନ ମାଧ୍ୟମରେ ଦାବୀ ଉପସ୍ଥାପନା କରିବା କାର୍ଯ୍ୟକୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।

Comments are closed.