ମୁସଲମାନ ଜନସଂଖ୍ୟାକୁ ନେଇ ଏମିତି କହିଲେ ମୌଲାନା ଶାହାବୁଦ୍ଧିନ
ବରେଲି : ମୁସଲମାନଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ କରିବା କଥା କୁହାଯାଇ ପାରିବ ନାହିଁ । କାରଣ ଏହା ସରିଆ ଆଇନ ବିରୋଧୀ । ଭାରତର ସମାନ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପରରେ ପ୍ରତିକ୍ରିୟା ପ୍ରକାଶ କରି ବରେଲିର ଦରଘା ହଜାରର ମୌଲାନା ଶାହାବୁଦ୍ଧିନ ରଜିତ କହିଛନ୍ତି ,ସେ କୌଣସି ମୁସମାନଙ୍କ ପରିବାରଙ୍କୁ ନିୟନ୍ତ୍ରଣ କରିବାକୁ କହିପାରିବେ ନାହିଁ । ସୃଷ୍ଟି ପ୍ରକ୍ରିୟା ଆଲ୍ଲାଙ୍କ ହାତରେ ଥିବାରୁ ସନ୍ତାନ ଜନ୍ମ କରିବା ଅଧିକାର ସେମାନଙ୍କର ରହିଛି ।
ତେବେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ସରକାର ଯଦି କୌଣସି ନିୟମ ଲାଗୁ କରନ୍ତି ,ତେବେ ଏଥିରେ ସେ ହସ୍ତ କ୍ଷେପ କରିବେ ନାହିଁ ବୋଲି ମୌଲାନା କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ସମେତ ଅନେକ ରାଜନୈତିକ ବ୍ୟକ୍ତିବିଶେଷ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଦେଶରେ ଏକ କୋଠର ଆଇନ ପ୍ରଣୟନ କରିବା ଉଚିତ ବୋଲି କହିଛନ୍ତି ।
Comments are closed.