ମା’ ହେବେକି କ୍ୟାଟ୍ରିନା କୈଫ?

ବମ୍ବେ : ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। କିଛି ଏଭଳି ଚର୍ଚ୍ଚା ଏବେ ବଲିଉଡ୍‌ର ଗଳିକନ୍ଦିରେ ହେବାକୁ ଲାଗିଛି। ସୋନମ କପୁର ଏବଂ ଆଲିଆ ଭଟ୍ଟଙ୍କ ପରେ ସେ ଖୁବ୍‌ଶୀଘ୍ର ପ୍ରଶଂସକଙ୍କ ସହ ଖୁସିଖବର ବାଣ୍ଟିପାରନ୍ତି।

୨୦୨୧ ଡିସେମ୍ବର ୯ରେ ବିକ୍କି କୌଶଲଙ୍କୁ ବିବାହ କରିଥିଲେ କଟ୍ରିନା। ଏହାର କିଛି ଦିନ ଯାଏ ସେ ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିଲେ। ଭଳିକି ଭଳି ପୋଷ୍ଟ ଶେୟାର କରୁଥିଲେ। ହେଲେ ଏବେ ସେ ହଠାତ ଗାଏବ ହୋଇଯାଇଛନ୍ତି। ଏପରିକି ଘର ବାହାରେ ତାଙ୍କୁ ସ୍ପଟ୍‌ କରାଯାଉନାହିଁ।

ନିକଟରେ କଟ୍ରିନାଙ୍କୁ ‘କଫି ଉଇଥ୍‌ କରନ୍‌’ ଲାଗି ନିମନ୍ତ୍ରଣ କରାଯାଇଥିଲା। ମାତ୍ର ସେ ଶୋ’କୁ ଆସିବେ ନାହିଁ ବୋଲି ମନା କରିଦେଇଛନ୍ତି। ଫଳରେ ପ୍ରଶଂସକମାନେ ସେ ମା’ ହେବାକୁ ଯାଉଥିବା ନେଇ ଅନୁମାନ କରୁଛନ୍ତି।

Comments are closed.