ଭୁବନେଶ୍ୱରରେ ବଢ଼ିଲା କଟକଣା

ଭୁବନେଶ୍ୱର : ଗତ କିଛି ଦିନ ଧରି ରାଜ୍ୟରେ ଲଗାତର ଭାବେ ଦୈନିକ ୫୦୦ ଉପରେ ପଜିଟିଭ ଚିହ୍ନଟ  ହେଉଛନ୍ତି। ସେଥିମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଥିବାରୁ ଏହାକୁ ରୋକିବାକୁ କଡ଼ା କଟକଣା ଲାଗୁ କରିଛି ବିଏମ୍‌ସି। ଏପରିକି ଠେଲା ଦୋକାନଠୁ ଆରମ୍ଭ କରି ସପିଙ୍ଗ ମଲ୍‌, ସ୍ପା, ସେଲୁନରେ ଭିଡ଼କୁ ଏଡ଼ାଇବାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶନାମା ।

ଏହି ନିର୍ଦ୍ଦେଶନାମା ଅନୁଯାୟୀ,  ଠେଲା ଜଳଖିଆ, ଚା, ଲସି, ଗୁପଚୁପ୍ ଦୋକାନରେ ଭିଡ଼କୁ ବାରଣ କରାଯାଇଛି। ଦୋକାନ ଆଗରେ ଯେମିତି ଭିଡ଼ ନ ହୁଏ ସେଥିନିମନ୍ତେ ତାଗିଦ କରିଛି ବିଏମ୍‌ସି। ଭିଡ଼ ସମ୍ଭାଳି ନ ପାରିଲେ ଖାଦ୍ୟ ପାର୍ସଲ ଦେବାକୁ ଦୋକାନୀଙ୍କୁ ପରାମର୍ଶ ଦିଆଯାଇଛି।

ଏହାବାଦ  ସପିଙ୍ଗ ମଲ୍, ଦୋକାନରେ ମଧ୍ୟ ଭିଡ଼ ନ କରିବାକୁ କଡ଼ାକଡ଼ି ଭାବେ କୁହାଯାଇଛି। ମଲ୍‌ ମଧ୍ୟରେ ସାମାଜିକ ଦୂରତ୍ୱ ସହ ମାସ୍କ ବ୍ୟବହାରକୁ ମଲ୍ କର୍ତ୍ତୃପକ୍ଷ ନିଶ୍ଚିତ କରିବେ । କୋଭିଡ଼ କଟକଣା ପାଳନ ହେଉଛି କି ନାହିଁ ତାହା ତଦାରଖ ପାଇଁ ଜଣେ ଲେଖାଏ ସ୍ୱତନ୍ତ୍ର ଅଧିକାରୀ ରଖିବାକୁ ସବୁ ମଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କୋଭିଡ଼ କଟକଣା ମାନିବାକୁ ସବୁ ସ୍ପା ଓ ସେଲୁନ୍‌କୁ ମଧ୍ୟ କଡ଼ା ତାଗିଦ କରାଯାଇଛି। ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ବିଏମ୍‌ସି ପକ୍ଷରୁ ଚେତାବନୀ ଦିଆଯାଇଛି।

Comments are closed.