ଆରମ୍ଭ ହେଲା ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ

ପୁରୀ : ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ଶେଷ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶରେ ସଜ୍ଜିତ କରାଯାଉଛି। ମହଣ ମହଣ ସୁନା କାନ୍ଧେଇ ପ୍ରଭୁଙ୍କ ସେବକମାନେ ରଥ ନିକଟକୁ ନେଇଥିଲେ। ଭକ୍ତମାନେ ରାତି ୧୧ ପର୍ଯ୍ୟନ୍ତ ତିନିଠାକୁରଙ୍କ ସୁନାବେଶ ଦର୍ଶନ କରିପାରିବେ।
ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍‌ ବ୍ୟବସ୍ଥା ପରିଚାଳନା ପାଇଁ ବ୍ୟାପକ ବ୍ୟସ୍ଥା କରାଯାଇଛି। ତେବେ ସୁନାବେଶରେ ସେବାୟତମାନେ ରଥ ଉପରକୁ କ୍ୟାମେରା ନେବେ, କିନ୍ତୁ ଫଟୋ ଉଠାଇପାରିବେ ନାହିଁ। ଯଦି ଫଟୋ ଉଠାଇବେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed.