ସାମ୍ବାଦିକମାନଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ଘଟଣା :ଅପରାଜିତା
ଭୁବନେଶ୍ୱର : ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମକୁ ମନା ପ୍ରସଙ୍ଗରେ ସାଂସଦ ଅପରାଜିତା ପ୍ରତିକ୍ରିୟା ରଖିଛନ୍ତି । ଅପରାଜିତା କହିଛନ୍ତି ଏସଂପର୍କରେ ଶୁଣି ମୁଁ ହତବାକ୍ । ଏବେ ସରକାର ଯେଉଁ ନିଦେ୍ର୍ଧଶନାମ ଦେଇଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ । ସାମ୍ବାଦିକମାନଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ଘଟଣା । ସ୍କୁଲ ଭିତରେ କ’ଣ ଭୁଲ ଠିକ୍ ହେଉଛି ପଦାକୁ ଆଣିବା ସାମ୍ବାଦିକଙ୍କ ଅଧିକାର । ଏଭଳି କରି ସରକାର ସାମ୍ବାଦିକଙ୍କ ଗଣତାନ୍ତ୍ରିକ ଅଧିକାରରେ ବାଧା ଦେଇଛନ୍ତି ବୋଲି ସେ କହିଛନ୍ତି । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଶିକ୍ଷା ସଚିବ ଥିଲାବେଳେ ସ୍କୁଲଗୁଡିକୁ ନୋ ପନିସମେଣ୍ଟ ଜୋନ୍ କରାଯାଇଥିଲା । ନିୟମ ଉଲଂଘନ ହେଲେ ସାମ୍ବାଦିକଙ୍କୁ ଜଣାଇବାକୁ କୁହାଯାଇଥିଲା ।
ସୂଚନା ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ୱେବ ମିଡିଆ ଉପରେ ଦୋଷ ଲଦିଛନ୍ତି । ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରତିନିଧି କ୍ୟାମେରା ସହ ପ୍ରବେଶ କଟକଣା ଉପରେ ନିଜର ବକ୍ତବ୍ୟ ରଖି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଅନାବଶ୍ୟକଭାବେ କିଛି ଘଟଣା ଘଟୁଛି, ବିଭାଗର ଦୋଷ ଦୁର୍ବଳତା ଜାଣୁଛୁ । ଦୋଷ ଦୁର୍ବଳତା ପଦାକୁ ଆଣିବାର ଅଧିକାର ଗଣମାଧ୍ୟମର ରହିଛି । କିନ୍ତୁ କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତା ଠାରୁ ଅଧିକ ହେଉଛି । ଅନେକ ୱେବ ମିଡିଆ ଆସିଲେଣି । ସେମାନେ ସ୍କୁଲରେ ପଶି ବ୍ୟାଘାତ ସୃଷ୍ଟି କରୁଛନ୍ତି । ଆମେ ଗଣମାଧ୍ୟମର ସହଯୋଗ ଲୋଡ଼ୁଛୁ । କିଛି ଗଣମାଧ୍ୟମ ଅନାବଶ୍ୟକଭାବେ ସ୍କୁଲରେ ପଶି ବାଧା ସୃଷ୍ଟି କରୁଛନ୍ତି ।
Comments are closed.