ପ୍ରାର୍ଥୀତ୍ୱ ଘୋଷଣା କଲେ ଋଷି ସୁନକ

ବ୍ରିଟେନ: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାବି ଉପସ୍ଥାପନା କଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ଏନେଇ ଏକ ଭିଡିଓ ଜାରି କରି ଋଷି କହିଛନ୍ତି, “କନଜରଭେଟିଭ ଦଳର ପରବର୍ତ୍ତୀ ନେତା ଓ ଆପଣଙ୍କର (ବ୍ରିଟେନ)ର ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଁ ପ୍ରାର୍ଥୀ ହେଉଛି ।”
ବ୍ରିଟିଶବାସୀଙ୍କୁ ଆହ୍ବାନ ଦେଇ ନିଜ ପରିଚୟ ଓ ଅତୀତକୁ ସାର୍ବଜନୀନ କରି ଋଷି କହିଛନ୍ତି, “ଆସନ୍ତୁ ପୁଣି ଥରେ ଦେଶକୁ ଏକାଠି କରିବା ଅର୍ଥନୀତିକୁ ପୁନଃହ ସୁଦୃଢ କରିବା । ନୂଆ ଇଂଲଣ୍ଡ ଗଠନ କରିବା । ଆଜି ଆମର ଏକ ଦୃଢ ନିଷ୍ପତ୍ତି ଭବିଷ୍ୟତ ପାଇଁ ଉଜ୍ଜଳମୟ ହେବ । ଋଷି ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବ ପାଇଁ ବିଦ୍ଧିବଧ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତ ।”ଋଷି ସୁନକ ଭାରତୀୟ ବଂଶୋଦ୍ଭବ ହୋଇଥିବା ବେଳେ ତାଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା ଥିଲେ । ୬୦ ଦଶକରେ ଭାରତ ଛାଡି ବ୍ରିଟିଶ ନାଗରିତ୍ବ ଗ୍ରହଣ କରି ସେଠାରେ ରହିଥିଲେ । ୧୯୮୦ ମେ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ଋଷି ତିନି ଭାଇ, ଭଉଣୀଙ୍କ ମଧ୍ୟରେ ଋଷି ବଡ । ସମ୍ପୂର୍ଣ୍ଣ ଶିକ୍ଷା ଇଂଲଣ୍ଡରେ କରିଥିବା ବେଳେ ଓ୍ବେଞ୍ଚଷ୍ଟର କଲେଜରୁ ରାଜନୀତି ବିଜ୍ଞାନ ପରେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ଉଚ୍ଚଶିକ୍ଷା ହାସଲ କରିଥିଲେ । ରାଜନୀତିରେ ପ୍ରବେଶ ପୂର୍ବରୁ ଋଷି ଏକ ବିଲିୟନ ପାଉଣ୍ଡର ଗ୍ଲୋବାଲ ଇନଭେଷ୍ଟମେଣ୍ଟ କମ୍ପାନୀ ସ୍ଥାପନ କରିଥିଲେ ।

Comments are closed.