ସରପଞ୍ଚଙ୍କ ଘରେ ନିଆଁ ଲଗାଇଲେ ଲୋକେ

ବାଲେଶ୍ୱର: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧିନସ୍ଥ ଶ୍ରୀଜଙ୍ଗ ଗାଁରେ ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ପିଟିପିଟି ହତ୍ୟା କରିଛନ୍ତି ।
କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ପିଟିଥିଲେ କିଛି ଲୋକ। ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଞ୍ଚୁଡ଼ି ପଞ୍ଚାୟତର ସଞ୍ଜୟ ଦଳେଇ (୩୫)।

ସୂଚନା ଅନୁସାରେ, ଗୁରୁବାର ସଞ୍ଜୟ ଏକ ଚିଙ୍ଗୁଡ଼ି ପୋଖରୀ ହିଡ଼ରୁ କିଛି ଲୁହାଛଡ଼ ନେଇ ଆସିଥିଲେ। ପୋଖରୀ ମାଲିକ ଟୁନାକୁ ଚୋରି ଅଭିଯୋଗରେ ଆଣି ଇଞ୍ଚୁଡ଼ି ସରପଞ୍ଚ ରମଣୀ ରଞ୍ଜନ ମହାଳିକଙ୍କ ଜିମା ଦେଇଥିଲେ। ପରେ ସରପଞ୍ଚଙ୍କ ସମର୍ଥକମାନେ ସଞ୍ଜୟଙ୍କୁ ନିସ୍ତୁକ ପିଟିଥିଲେ ଲୋକେ। ଗୁରୁତର ସଞ୍ଜୟଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ତାଙ୍କ ମୃତ୍ୟୁକୁ ନେଇ ଗାଁରେ ଚାପା ଉତ୍ତେଜନା ଜାରି ରହିଛି। ଉତ୍ତ୍ୟକ୍ତ ଲୋକେ ସରପଞ୍ଚଙ୍କ ଘର ଆଗରେ ନିଆଁ ଲଗେଇ ଦେଇଛନ୍ତି।

Comments are closed.