ଧାରଣାସ୍ଥଳରୁ ରୁଚିକା ମହାନ୍ତିଙ୍କ ମା’ଙ୍କୁ ଉଠେଇନେଲା ପୋଲିସ
ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ତାଙ୍କ ମା’ କଲେଜ ଗେଟ୍ ସମ୍ମୁଖରେ ଅନଶନରେ ବସିଥିଲେ। ତେବେ ଶୁକ୍ରବାର ରୁଚିକାଙ୍କ ମା’ଙ୍କୁ ପୋଲିସ ଉଠାଇ ନେଇଛି । ଏହାସହିତ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ସଦସ୍ୟଙ୍କୁ ମଧ୍ୟ ପୋଲିସ ନେଇଥିବା ଜଣାପଡ଼ିଛି। ଏହି ସମୟରେ ପରିସ୍ଥିତି ଉତ୍ତେଜନା ମୂଳକ ଥିଲା। ଜୋରଜବରଦସ୍ତ ସେମାନଙ୍କୁ ପୋଲିସ ଉଠାଇନେଇଥିବା ଅଭିଯୋଗ ହୋଇଛି। ଅନଶନରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ କ୍ଷତି ପହଞ୍ଚି ଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି।
ସାତ ଦିନ ଧରି ରୁଚିକା ମହାନ୍ତିଙ୍କ ମା’ ଅନଶନ କରି ବିଜେବି କଲେଜ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଅନଶନ ଭାଙ୍ଗିବା ସହ ଧାରଣା ବନ୍ଦ କରିବାକୁ ପ୍ରଥମେ ଅତିରିକ୍ତ ଡିସିପି ବୁଝାଶୁଝା କରିଥିଲେ ।
Comments are closed.