ବଜ୍ରପାତରେ ମହିଳାଙ୍କ ମୃତ୍ୟୁ
ଢେଙ୍କାନାଳ(ନିହାର ରଞ୍ଜନ ସାହୁ) : ବଜ୍ରପାତ ରେ ମହିଳା ଙ୍କ ମୃତ୍ୟୁ l ମୃତ ମହିଳା ଜଣକ ହେଲେ କଙ୍କଡାହାଡ଼ ଥାନା କଲଦା ଗ୍ରାମ ର ଦୁଲଣା ଦେହୁରୀ l ସୂଚନା ଅନୁସାରେ ଦୁଲଣା ଆଜି ଦ୍ବିପ୍ରହର ସମୟରେ ନିଜ ଘର ଆଗରେ ଛେଳି ବାନ୍ଧୁଥିବା ସମୟରେ ଅକସ୍ମାତ ବଜ୍ରପାତ ହୋଇଥିଲା l ଫଳରେ ସେ ସେଠାରେ ଟଳି ପଡ଼ିଥିଲେ l ଏହା ଦେଖି ପରିବାର ଲୋକେ ତୁରନ୍ତ 108 ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତି କରାଇଥିଲେ l ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଦୁଲଣାଙ୍କ ମୃତ୍ୟୁ ଖବରରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l
Comments are closed.