ବାଲୁଗାଁ ଅବକାରୀ ବିଭାଗର ଚଢ଼ାଉ ମହିଳାଙ୍କ ସମେତ ତିନି ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରାପୁଟ ଏବଂ ରଘୁନାଥପୁର ଗ୍ରାମରେ ଅବକାରି ବିଭାଗ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିଛି l ଖବର ମୁତାବକ ଉକ୍ତ ଦୁଇ ଗ୍ରାମରେ ଖୁଲମଖୁଲା ମଦ ବିକ୍ରି ହେଉଥିବାର ଅଭିଯୋଗ ପାଇ ବାଲୁଗାଁ ଅବକାରୀ ଅଧିକାରିଣୀ ସୁନିତା ଦଳାଇ ଆଜି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ l ଚଢ଼ାଉ ବେଳେ ସମୁଦାୟ 243 ଲିଟର ଦେଶୀ ମଦ ଏବଂ 14.3 ଲିଟର ବିଅର ଜବତ ହୋଇଥିବା ବେଳେ ଜଣେ ମହିଳାଙ୍କ ସମେତ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି l ସେମାନଙ୍କ ବିରୋଧରେ ଅବକାରୀ ବିଭାଗ ପିଆର ନମ୍ବର 50,51 ଓ 52/22-23 ରେ ତିନି ଗୋଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାର ଶ୍ରୀମତୀ ଦଳାଇ ସୂଚନା ଦେଇଛନ୍ତି l

Comments are closed.