ଚାଲିଗଲେ ସିଞ୍ଜୋ ଆବେ

ଟୋକିଓ: ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଜାପାନର ନାରା ସହରରେ ଗୁଳିମାଡ ହୋଇଥିଲା । ଗୁଳିମାଡ଼ ପରେ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିଲା । ତେବେ ସିଞ୍ଜୋ ଆବେଙ୍କ ଡାକ୍ତଖାନାରେ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

୨୦୦୬-୦୭ ଓ ୨୦୧୨-୨୦ ଯାଏ ସିଞ୍ଜୋ ଜାପାନର ପ୍ରଧାନମନ୍ତ୍ରୀ ଥିଲେ  । ପଶ୍ଚିମ ନାରା ସହରର ଏକ କାର୍ୟ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ  । ଏହି ସମୟରେ ହଠାତ୍ ଜୋରରେ କିଛି ଶବ୍ଦ ହେବା ସହ ସିଞ୍ଜୋ ଆବେ ତଳେ ପଡିଯାଇଥିଲେ  । ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା  । କେହି କିଛି ପ୍ରଥମେ ବୁଝି ପାରିନଥିଲେ ।  ସିଞ୍ଜୋ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବା ଦେଖିବାକୁ ମିଳିଥିଲା  । ସିଞ୍ଜୋ ଆବେଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି  କରାଯାଇଥିଲା  । ସେଠାରେ ତାଙ୍କୁ ହୃୃଦଘାତ ହୋଇଥିଲା  ।

୬୭ ବୟସ୍କ ସିଞ୍ଜୋ  ଆବେଙ୍କ ଭାରତ ସହ ବହୁତ ଭଲ ସଂପର୍କ ଥିଲା । ଭାରତରେ ବୁଲେଟ ଟ୍ରେନ୍ ପାଇଁ ଆବେଙ୍କର ବଡ ଭୂମିକା ରହିଥିଲା ।

Comments are closed.