ଚୋରା ମଦ କାରବାର ଅଭିଯୋଗରେ ଟାଙ୍ଗୀ ପୋଲିସର ଚଢ଼ାଉ
ଟାଙ୍ଗୀ(ରାକେଶ କୁମାର ଜଗଦେବ) : ଚୋରା ମଦ କାରବାର ଅଭିଯୋଗରେ ଟାଙ୍ଗୀ ପୋଲିସ୍ ସୋରଣ ଗ୍ରାମରେ ଚଢାଉ କରି ଜଣେ ମଦ ବେପାରୀକୁ ଗିରଫ କରିଛି | ଗିରଫ ମଦ ବେପାରୀ ନିକଟରୁ ୪୩ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଛି | ଜବତ ଚୋରା ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି | ଗିରଫ ଅଭିଯୁକ୍ତର ନାମ ନାରାୟଣ ଚଂପତି ତାର ଘର ସୋରଣ ମଝି ସାହିରେ ବୋଲି ଜଣା ପଡିଛି | ଗିରଫ ନାରାୟଣ ଦିର୍ଘ ଦିନ ହେଲା ଚୋରା ମଦ କାରବାର କରି ଆସୁଥିଲା |
Comments are closed.