ନିଶା କାରବାର ସହ ଅନୈତିକ ସମ୍ପର୍କ ନେଇ ହତ୍ୟା କାଣ୍ଡ , ହତ୍ୟାକାରୀ ଗିରଫ

ଦେବଗଡ଼(ଅରୂପାନନ୍ଦ ନାୟକ) : ମିଳିଥିବା ସୂଚନା ଅନୁଯାଇ ଔତଳ ଗ୍ରାମର ଗୁରୁବାରୀ ମହନ୍ତ ନାମ୍ନୀ ବିଧବା ମହିଳା ନିଜ ଘରେ ବେଆଇନ ମଦ କାରବାର କରୁଥିବା ବେଳେ ତାଙ୍କ ଘରକୁ ଅନେକ ଲୋକ ଯିବା ଆସିବା କରୁଥିଲେ l ତେବେ ଗୁରୁବାରୀଙ୍କ ପଡୋଶୀ ଲୋକନାଥ ମହନ୍ତ (50) ଗୁରୁବାରୀଙ୍କ ଘରେ ଅନ୍ୟ କୌଣସି ପୁରୁଷ ଆସିବାକୁ ସହ୍ୟ କରି ନ ପାରି ଗୁରୁବାରୀଙ୍କୁ ଏଥିରୁ ନିବୃତ ହେବାକୁ ବାଧ୍ୟ କରୁଥିଲେ l ଏହି କ୍ରମରେ ଗତକାଲି ରାତିରେ ମଧ୍ୟ ଗୁରୁବାରୀଙ୍କ ଘରେ ମଦ ପାଇଁ କେତେକ ପୁରୁଷ ଆସି ବିଳମ୍ବିତ ରାତି ଯାଏଁ ରହିବା ଦେଖି ଲୋକନାଥ ଗୁରୁବାରୀଙ୍କ ଘରେ ଯାଇ ପାଟିତୁଣ୍ଡ କରିଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ଗୁରୁବାରୀ ଏକ ପଥର ସାହାଯ୍ୟରେ ଲୋକନାଥଙ୍କୁ ଆକ୍ରମଣ କରିବାରୁ ଲୋକନାଥ ତଳେ ପଡିଯାଇଥିଲେ l ଏହା ଦେଖି ଗୁରୁବାରୀ ଏକ ଟାଙ୍ଗିଆ ସାହାଯ୍ୟରେ ଲୋକନାଥଙ୍କ ଶରୀର ଓ ମୁଣ୍ଡରେ ଚୋଟ ମାରିବାରୁ ଘଟଣା ସ୍ଥଳରେ ଲୋକନାଥଙ୍କ ମୃତ୍ୟୁ ଘଟିଥିଲା l ସୂଚନା ପାଇ ବାରକୋଟ ଥାନା ପୁଲିସ ରାତିରେ ଗ୍ରାମକୁ ଯାଇ ମୃତ ଦେହ ଜବତ କରିଥିବା ବେଳେ ଆଜି ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱ ରେ ଥାନା ଅଧିକାରୀ କନକ ମାଝୀ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାରୀ ଗୁରୁବାରୀକୁ ଗିରଫ କରିବା ସହ ହତ୍ୟା କାଣ୍ଡ ରେ ବ୍ୟବହୃତ ପଥର ଓ ଟାଙ୍ଗିଆ କୁ ଜବତ କରିଛି l ସେହିପରି ମୃତ ଦେହ ବ୍ୟବଛେଦ ପାଇଁ ପାଲଲହଡା ଡାକ୍ତରଖାନା କୁ ପଠାଇଥିବା ଜଣା ପଡିଛି l

Comments are closed.