ଶିକ୍ଷାନୀତିକୁ ନେଇ ଏମିତି କହିଲେ ମୋଦି
ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀ ଗସ୍ତରେ ଅଛନ୍ତି। ସେ ବାରାଣସୀର ଏଲଟି କଲେଜରେ ଅକ୍ଷୟ ପାତ୍ର କିଚେନ୍ର ଉଦଘାଟନ କରିଥିଲେ। ଏଥିରେ ପ୍ରାୟ ଏକ ଲକ୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଖାଦ୍ୟ ରାନ୍ଧିବାର କ୍ଷମତା ଅଛି। ଏହା ପରେ ପ୍ରଧାନମନ୍ତ୍ରୀ ବାରାଣସୀର ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରରେ ପହଞ୍ଚି ସେଠାରେ ଶିକ୍ଷା ମନ୍ତ୍ରଣାଳୟର ଅଖିଳ ଭାରତୀୟ ଶିକ୍ଷା ସମାଗମର ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନୂତନ ଶିକ୍ଷା ନୀତିରେ ପିଲାମାନଙ୍କର ପ୍ରତିଭା ଏବଂ ପସନ୍ଦ ଅନୁଯାୟୀ ସେମାନଙ୍କୁ ଦକ୍ଷ କରିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି। ଆମେ କେବଳ ଡିଗ୍ରୀ ପାଇଁ ଯୁବତୀଯୁବକମାନଙ୍କୁ ପ୍ରସ୍ତୁତ କରିବା ଉଚିତ୍ ନୁହେଁ, ବରଂ ଆମର ଯୁବଗୋଷ୍ଠୀ ଦକ୍ଷ, ଆତ୍ମବିଶ୍ୱାସୀ ହେବା ଆବଶ୍ୟକ। ଶିକ୍ଷା ନୀତି ଏଥିପାଇଁ ଭୂମି ପ୍ରସ୍ତୁତ କରୁଛି। ଜାତୀୟ ଶିକ୍ଷା ନୀତି ପଛରେ ମୌଳିକ ଉଦ୍ଦେଶ୍ୟ ହେଉଛି ଶିକ୍ଷାକୁ ସଂକୀର୍ଣ୍ଣ ଚିନ୍ତାଧାରା ପ୍ରକ୍ରିୟାରୁ ବାହାର କରିବା ଏବଂ ଏହାକୁ ଏକବିଂଶ ଶତାବ୍ଦୀର ଆଧୁନିକ ଚିନ୍ତାଧାରା ସହିତ ଏକୀଭୂତ କରିବା।
Comments are closed.