ଆଜି ରାଜ୍ୟରେ କରୋନା ପଞ୍ଝାରୁ ମୁକୁଳିଲେ ୨୧୮ଜଣ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୧୮ ଜଣ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ଏହାକୁ ମିଶାଇ ୧୨ଲକ୍ଷ ୮୦ହଜାର ୭୫୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮୦ ଜଣ, କଟକରୁ ୩୮ ଜଣ, ସୁନ୍ଦରଗଡ଼ରୁ ୩୦,ପୁରୀରୁ ୧୪,ନୂଆପଡ଼ାରୁ ୧୧, ବାଲେଶ୍ୱରରୁ ୮, ସମ୍ବଲପୁରରୁ ୪, ଢେଙ୍କାନାଳରୁ ୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଗତ୍‌ସିଂପୁର, ଯାଜପୁର ଏବଂ ସୋନପୁରୁ ୨ ଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ ମୟୁରଭଞ୍ଜରୁ ଜଣେ ସୁସ୍ଥ ହୋଇଛନ୍ତି।

Comments are closed.