ଶିଶୁକନ୍ୟାକୁ ଗଣଦୁଷ୍କର୍ମ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଜଣେ ୫ବର୍ଷର ଶିଶୁକନ୍ୟାକୁ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଶିଶୁକନ୍ୟାର ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ନାବାଳକକୁ ଗିରଫ କରିଛି।
ପୁଲିସର ସୂଚନା ଅନୁସାରେ, ନାବାଳିକା ଜଣଙ୍କ ନିଜ ଘର ସାମ୍ନାରେ ଖେଳୁଥିବା ସମୟରେ ଅଭିଯୁକ୍ତ ନାବାଳକ ଚକଲେଟର ଲୋଭ ଦେଖାଇ ଡାକିଥିଲା। ପରେ ଶିଶୁକନ୍ୟାକୁ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା। ଶିଶୁକନ୍ୟା ଜଣଙ୍କ ବାପାମା’ଙ୍କୁ ଘଟଣାସମ୍ପର୍କରେ ଜଣାଇଥିଲା। ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ନାବାଳକକୁ ଗିରଫ କରିଛି।
Comments are closed.