ନକଲି ସାଜିଲା ଅସଲି, ମା କୁ ଆକସ୍ମିକଭାବେ ଗୁଳି କଲା ଝିଅ

ଖେଳନା ଭାବୁଥିବା ପିସ୍ତଲ ଯେ ଅସଲି ହେବ ତାହା ଭାବି ନଥିଲା ଝିଅ । ମିଛ ଖେଳରେ ଗୁଳି କରିଥିଲା ମା କୁ ହେଲେ ତାହା ଯେ କେତେ ଭୟଙ୍କର ହେଲା ତାହା କଳ୍ପନା ବାହାରେ । ପଶ୍ଚିମବଙ୍ଗଳା ଅନ୍ତର୍ଗତ ହୁଗଲି ଜିଲ୍ଲାରେ ଘଟିଛି ଏପରି ଘଟଣା । ପୋଲିସଙ୍କ କହିବାନୁସାରେ, କାକୋଲି ଜେନା ନାମକ ବେଙ୍ଗଲି ମହିଳା ଜଣକ ନିଜ ବଗିଚାରୁ ଏକ ପିସ୍ତଲ ପାଇଥିଲେ । ଯାହାକୁ ସେ ଖେଳନା ଭାବି ଝିଅକୁ ଖେଳିବା ପାଇଁ ଦେଇଥିଲେ, ପରନ୍ତୁ ଜାଣିନଥିଲେ କି ସେଇଟା ଅସଲି ବୋଲି । ଝିଅଟି ଗୁଳି ଭରା ଏହି ପିସ୍ତଲକୁ ମିଛରେ ମାଙ୍କ ପଛପଟକୁ ମାରି ଖେଳିବା ବେଳେ ତାହା ସତରେ ବାଜିଲା । ଫଳରେ କାକୋଲିଙ୍କୁ ଗୁରୁତର ଭାବେ ଆରମବାଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପିସ୍ତଲଟି କେଉଁଠୁ ଆସିଲା ସେ ବିଷୟରେ ପୋଲିସ ତଦନ୍ତ କରିବାରେ ଲାଗିପଡିଛିି ।

Comments are closed.