ଲେଉଟିଲାଣି କରୋନା, ଦେଶରେ ୧୬ହଜାର ଟପିଲା ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ରହିଛି କୋରୋନା ସଂକ୍ରମଣ । କିଛି ଦିନ ହେବ ୧୫ ହଜାର ଉପରେ ରହିଛି ପଜିଟିଭ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ ୧୬ ହଜାର ୧୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ୨୪ ଜଣଙ୍କ ଜୀବନ ନେଇଛି ମହାମାରୀ ।
ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୨୨୩କୁ ବୃଦ୍ଧି ହୋଇଛି । ସେହିପରି ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୩ ହଜାର ୮୬୪କୁ ବୃଦ୍ଧି ପାଇଛି । ଏଯାବତ ସୁସ୍ଥ ହେଲେଣି ୪ କୋଟି ୨୮ ଲକ୍ଷ ୭୯ ହଜାର ୪୭୭ ଆକ୍ରାନ୍ତ ।ଦେଶର ଦୈନିକ ପଜିଟିଭ ରେଟ୍ ୪.୮୫%ରେ ପହଞ୍ଚିଛି । ଦେଶବ୍ୟାପୀ ସମୁଦାୟ ୧୯୭ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।
Comments are closed.