ଯୁବକଙ୍କୁ ପିଟିପିଟି ମାରିଦେଲେ

ଭଦ୍ରକ: ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେଗଙ୍ଗାଧରପୁର ଗାଁର ବିଦ୍ୟାଧର ମାଝୀ।
ଗତକାଲି ବିଦ୍ୟାଧର ବିବାହ ଭୋଜି ଖାଇବା ପାଇଁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଆସିଥିଲେ। ଏହି ବିବାହ ଭୋଜିକୁ ପରିଡା ସାହିର ଆଦିତ୍ୟ ରାଉତ ମଧ୍ୟ ଆସିଥିଲେ। କୌଣସି କଥାକୁ ନେଇ ଆଦିତ୍ୟ ଓ ବିଦ୍ୟାଧରଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବିଦ୍ୟାଧର ଭୋଜି ଖାଇ ଘରୁ ଫେରୁ ଥିବାବେଳେ ବାଟରେ ଆଦିତ୍ୟ ଏକ ବାଉଁଶ ଆଣି ତାଙ୍କୁ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣାସ୍ଥଳରେ ବିଦ୍ୟାଧରଙ୍କ ମୃତ୍ୟୁ ଘଟିଥିଲା। ଘଟଣାପରେ ଆଦିତ୍ୟ ଫେରାର ହୋଇଯାଇଥିଲେ।
ପୁଲିସ ମୃତଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Comments are closed.