ଯୁକ୍ରେନ ଉପରେ ଋଷର ତାଣ୍ଡବ

କ୍ୱିଭ୍ : ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ଲଗାତର ଆକ୍ରମଣ ଜାରି ରଖିଛି ରୁଷିଆ। ୟୁକ୍ରେନର ୟାସିନୋଭାତାୟାରେ ରୁଷିଆ ପୁଣି ଏୟାର ଷ୍ଟ୍ରାଇକ୍‌ କରିଛ। ରୁଷିଆ ରକେଟ ମାଡ଼ରେ ଧ୍ୱଂସ ହୋଇଛି ଅନେକ ଘର ଓ କୋଠା । ଡୋନେସ୍କ ପିପୁଲ୍ସ ରିପବ୍ଲିକ ଓ ଲୁଗାନସ୍କ ପିପୁଲ୍ସ ରିପବ୍ଲିକ ଘୋଷଣା ପରେ ଏହି ଦୁଇ ଅଞ୍ଚଳରେ ରୁଷିଆ ନିଜର ଅଧିକାର ସାବ୍ୟସ୍ତ କରିଛି।

ସେପଟେ ୟୁକ୍ରେନର ଓଡ଼େଶାରେ ହୋଇଥିବା ଆକ୍ରମଣରେ ମଧ୍ୟ ୧୯ ଜଣ ପ୍ରାଣ ହରାଇଥିଲେ। ସ୍ନେକ ଆଇଲ୍ୟାଣ୍ଡରେ ମୁତୟନ ଥିବା ରୁଷିଆ ସୈନ୍ୟ ପ୍ରତ୍ୟାହାର ପରେ ସେହି ପଥ ଦେଇ ମଧ୍ୟ ପ୍ରାଚ୍ୟ ଓ ଆଫ୍ରିକାକୁ ଖାଦ୍ୟ ସାମଗ୍ରୀ ପରିବହନ କରାଯାଉଛି ।

Comments are closed.