ଖୋର୍ଦ୍ଧା ଜିଲ୍ଲା ଜଟଣୀର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ

ଜଟଣୀ(ସଞ୍ଜୀବ କୁମାର) : ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓଡିଶାର ପୁରୀ ସମେତ ରାଜ୍ୟର ବହୁ ସ୍ଥାନରେ ପାଳିତ ହୋଇଯାଇଛି |ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ମଧ୍ୟ ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି |ଜଟଣୀ ବ୍ଲକ ଅଧୀନ ଲବଣଗିରି ପାହାଡ଼ ଜଗନ୍ନାଥ ମନ୍ଦିର, କୁଦିଆରୀ, ବାଛରା ପାଟଣା, ହାଟ ବଜାର,ବୁଢାଙ୍ଗରା ଇତ୍ୟାଦି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି |ଜଟଣୀ ବ୍ଲକ ଜାମୁକୋଳି ପଞ୍ଚାୟତ ଅଧୀନ ଲବଣଗିରି ପାହାଡ଼ ଉପରେ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ |ଏଠାରେ ରଥ ପାହାଡ଼ ଉପରୁ ତଳକୁ ଖସିଥାଏ | ଜଗନ୍ନାଥ ମହାପ୍ରଭୁ ରଥ ଉପରେ ବସି ତଳକୁ ଗଡି ଗଡି ଆସିଥାନ୍ତି |
ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତିକାନ୍ତି ସମାପନ ହେବା ସହ ପହଣ୍ଡି ବିଜେ, ଛେରା ପହଁରା ଏବଂ ରଥ ଟଣା ହୋଇଥିଲା |ସବୁ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହ ଶାନ୍ତି ଶୃଙ୍ଖଳାର ସହ ରଥଟଣା ଶେଷ ହୋଇଛି |ଜଗନ୍ନାଥ ଙ୍କ ରଥ ନିର୍ଧାରିତ ସମୟ ମଧ୍ୟରେ ପାଞ୍ଚ ଗାଁ ସ୍ଥିତ ମାଉସୀ ମା ମନ୍ଦିର ରେ ପହଞ୍ଚି ଥିବାର ମନ୍ଦିର କମିଟି ସୂଚନା ଦେଇଛନ୍ତି |

Comments are closed.