ଘରେ ପୂଜାର୍ଚ୍ଚନା କଲେ ଆଲିଆ ରଣବୀର
ବଲିଉଡ୍ର ସ୍ୱିଟ୍ ତଥା ନବ ବିବାହିତ ଯୋଡ଼ି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ମା’-ବାପା ହେବାକୁ ଯାଉଛନ୍ତି। ସୋମବାର ଆଲିଆ ଏହି ଖୁସି ଖବର ଶୁଣାଇବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ସମସ୍ତେ ଆଲିଆଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି। ଅନ୍ୟପଟେ ଦାଦି ହେବା ଖୁସିରେ ନୀତୁ କପୁରଙ୍କ ଖୁସି ମଧ୍ୟ କହିଲେ ନ ସରେ। ସେ ସୋସିଆଲ ମିଡିଆରେ ଏହି ଖବର ଦେଇ ଦାଦି ହେବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି।
ଆଲିଆ ଭଟ୍ଟ ମା’ ହେବା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି। ଆଲିଆ ଓ ରଣବୀର ଖୁବଶୀଘ୍ର ବାପା ମା ହେବାକୁ ଯାଉଛନ୍ତି। ଆଲିଆ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ। ଯାହା ପରେ ଆଲିଆଙ୍କୁ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।
ତେବେ ବର୍ତ୍ତମାନ ଏହି କପଲ ପୂଜା କରୁଥିବା ବେଳର ଏକ ଫଟୋ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି ଓ ଏହି ଫଟୋ ମାଧ୍ୟମରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟେ ଏହି ପୋଷ୍ଟକୁ ନିଜ ନିଜ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି- ଆପଣ ଦେଇଥିବା ଭଲ ପାଇବା ଦେଖି ଆମେ ଅଭିଭୂତ ହୋଇଛୁ। ମୁଁ ସମସ୍ତଙ୍କ ମେସେଜ୍ ଓ ଶୁଭେଚ୍ଛା ବାର୍ତ୍ତା ପଢ଼ିବାକୁ ଚେଷ୍ଟା କରିଛି। ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ଏହା ଆମ ଜୀବନର ସବୁଠୁ ବଡ଼ ଦିନ। ଆଶୀର୍ବାଦ ବଜାୟ ରଖନ୍ତୁ।
Comments are closed.