ସସପେଣ୍ଡ ହେଲେ କିଶନନଗର ଥାନା ଆଇଆଇସି
କଟକ: ଦାୟିତ୍ୱରେ ଅବହେଳା ଅଭିଯୋଗ ପାଇଁ ସସ୍ପେଣ୍ଡ ହେଲେ କଟକ ଜିଲ୍ଲା କିଶନନଗର ଥାନା ଆଇଆଇସି ସସ୍ମିତା ରଣା । ଥାନାରୁ ନ୍ୟାୟ ନ ପାଇ କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଜଣେ ବ୍ୟକ୍ତି ୨ ଦିନ ପୂର୍ବେ ଆଖି ବୁଜିଥିଲେ। ଏହି ଘଟଣାକୁ ନେଇ ଚାରିଆଡ଼ୁ ପୁଲିସ୍ ସମାଲୋଚନାର ଶିକାର ହେବା ପରେ ସସ୍ମିତା ରଣାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ୍ ଡିଜି ସୁନୀଲ ବଂଶଲ।
ସୂଚନାଯୋଗ୍ୟ, ଗତ ଗୁରୁବାର କଟକ ଜିଲ୍ଲା କିନନଗର ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇ ପଡ଼ିଥିବା ଇଷାଣୀ ବ୍ରହ୍ମପୁରର ଗୁଣନିଧି ବିଶୋୟୀଙ୍କୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦିନକ ପରେ ସେ ଆଖି ବୁଜିଥିଲେ।
ଗୁଣନିଧିଙ୍କର ନିଜ ପୁତୁରା ସାଗର ବିଶୋୟୀଙ୍କ ସହ ଜମିବାଡ଼ି ବିବାଦ ଚାଲିଥିବା ବେଳେ ଏ ନେଇ ସେ ଥାନାରେ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ୍ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ବେଳେ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେଉଥିଲେ । ଗତ ଗୁରୁବାର ମଧ୍ୟ ସେ ଥାନାକୁ ଯାଇଥିବା ବେଳେ ଥାନା କର୍ମଚାରୀଙ୍କ ନିକଟରୁ କୌଣସି ସହଯୋଗ ପାଇ ନ ଥିଲେ। ଏହାପରେ ବାହାରକୁ ଆସି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।
Comments are closed.