ରଥଯାତ୍ରାରେ ୧୮୦ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ
ପୁରୀ : ରଥଯାତ୍ରାକୁ ନେଇ ପୁରୀରେ ସୋମବାର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଶାନ୍ତିଶୃଙ୍ଖଳା ସହ କିଭଳି ରଥଯାତ୍ରା ଅନୁଷ୍ଠିତ ସେ ନେଇ ବୈଠକରେ ଆଲୋଚନା ହୋଇଛି। ଏଥିପାଇଁ ୧୮୦ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ ବୋଲି
ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି। ସେହିପରି ଟ୍ରାଫିକ ନିୟମ ପାଳନ କରିବାକୁ ପୁରୀ ତଥା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଡିଜିପି ଅନୁରୋଧ କରିଛନ୍ତି। ଏହା ସହ ସମୁଦ୍ର ତଟ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
Comments are closed.