ଜର୍ମାନ ଚାନ୍ସସେଲର ଓଲାଫ ସ୍କୋଲଜଙ୍କୁ ଭେଟିଲେ ମୋଦି
ଏଲ୍ମାଉ : ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜର୍ମାନୀର ଏଲ୍ମାଉରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଜର୍ମାନ ଚାନ୍ସସେଲର ଓଲାଫ ସ୍କୋଲଜ ସ୍ବାଗତ କରିଥିଲେ। ଉଭୟ ନେତା କିଛି ସମୟରେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ବିଶ୍ୱର ସାତ ଧନୀ ଦେଶର ନେତାମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ।
ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ରବିବାର ଠାରୁ ଦୁଇ ଦିନିଆ ଜର୍ମାନୀ ଗସ୍ତରେ ଅଛନ୍ତି। ଶକ୍ତି, ଖାଦ୍ୟ ନିରାପତ୍ତା, ଆତଙ୍କବାଦ ବିରୋଧୀ, ପରିବେଶ ଏବଂ ଗଣତନ୍ତ୍ର ଭଳି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ସୋମବାର ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ମୁଁ ଜି-୭ ଶିଖର ସମ୍ମିଳନୀରେ ଭାଗ ନେବି। ଏଥିରେ ଆମେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବୁ। ଜି-୭ରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକାର ସାମିଲ ଅଛି।
Comments are closed.