ରାଇମୋହନଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଛି ପୋଲିସ
ଭୁବନେଶ୍ୱର : ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ୩ ଦିନ ପୂରିଛି। ତେବେ ଏହି ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କମିଶନରେଟ୍ ପୋଲିସ। ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ରାଇମୋହନଙ୍କ ଝିଅ, ଜ୍ବାଇଁ ଏବଂ ପୁତୁରାଙ୍କୁ ପୋଲିସ ପଚରା ଉଚରାକରିଛି। ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତଦନ୍ତ ଆଗକୁ ବଢ଼ିବ ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ଶୁକ୍ରବାର ମଧ୍ୟାହ୍ନରେ ରାଇମୋହନ ନିଜ ଘରେ ଆତ୍ମହତ୍ୟା କରିଥିଲେ। ତେବେ ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ସେନେଇ ଖୋଳତାଡ଼ କରୁଛି କମିଶନରେଟ ପୋଲିସ। ଶନିବାର ମହିଳା ପୋଲିସ ରାଇମୋହନଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ।
Comments are closed.