ବଦଳିବେ ବିରୋଧୀ ଦଳ ନେତା

ଭୁବନେଶ୍ୱର : ଖୁବଶୀଘ୍ର ବଦଳିବେ ବିରୋଧୀ ଦଳ ନେତା। ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ବଦଳିପାରନ୍ତି। ଏନେଇ ଭାଜପା ବିଧାୟକମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ରାଜ୍ୟ ସଭାପତିଙ୍କୁ ପ୍ରସ୍ତାବ ଦେଇଥିବା ନେଇ ବିଧାୟକ କୁସୁମ ଟେଟେ ସୂଚନା ଦେଇଛନ୍ତି। ରାଜ୍ୟରେ ଭାଜପା ବିରୋଧୀ ଦଳରେ ଅଛି। ହେଲେ ବିରୋଧୀ ଦଳ ନେତା ଅସୁସ୍ଥ ଥିବାରୁ ଗୃହରେ ସଠିକ ପ୍ରସଙ୍ଗ ଉଠାଯାଇପାରୁନାହିଁ। ଏଣୁ ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ଚୟନ ହୋଇପାରନ୍ତି ବୋଲି ସେ କହିଛନ୍ତି।

Comments are closed.