ଭୁବନେଶ୍ୱରରୁ ଛାତ୍ରୀ ନିଖୋଜ
ଭୁବନେଶ୍ୱର : ଭୁବନେଶ୍ୱରରୁ ଜଣେ ଇଞ୍ଜିନିୟରିଂ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜୟପୁର ଅଞ୍ଚଳର ସ୍ବିଟି ରଏ (୨୦)। ସେ ଖଣ୍ଡଗିରିସ୍ଥିତ ଉତ୍କଳ ଏରୋସ୍ପେଶ୍ ଆଣ୍ଡ୍ ଇଞ୍ଜିନିୟରିଂ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ। ସ୍ବିଟି କୋଲକାତାରୁ ଜନଶତାବ୍ଦୀ ଏକ୍ସପ୍ରେସ୍ରେ ଆସି ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ରେଳ ଷ୍ଟେଶନରେ ଓହ୍ଲାଇଥିଲେ। ହେଲେ ଏହାର କିଛି ସମୟ ପରେ ତାଙ୍କ ମୋବାଇଲ ଫୋନ୍ ସୁଇଚ୍ଅଫ୍ ହୋଇଯାଇଥିଲା। ଏହାପରଠାରୁ ତାଙ୍କର ପତ୍ତା ମିଳୁନାହିଁ। ତ୍ରିପୁରାରେ ବିଏସ୍ଏଫ୍ ଯବାନ ଭାବେ କାର୍ଯ୍ୟ କରୁଥିବା ବାପା ବିଜୟ କୁମାର ରଏଙ୍କ ସୂଚନା ଆଧାରରେ ତାଙ୍କ ବନ୍ଧୁ ସୁରେଶ ପଣ୍ଡା ଜିଆର୍ପି ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ସ୍ବିଟିଙ୍କୁ ନିଶା ଦେଇ କେହି ଅପହରଣ କରି ନେଇଥିବା ସେ ସନ୍ଦେହ କରୁଥିବା ଗଣମାଧ୍ୟମକୁ କହିଛନ୍ତି। ଏଥିସହ ଗୁରୁବାର ସାରେ ସ୍ବିଟିଙ୍କ ମା’ ଭୁବନେଶ୍ୱରରେ ପହଞ୍ଚତ୍ ପୋଲିସ ସହ ଆଲୋଚନା କରିଛନ୍ତି। ଝିଅର ଜୀବନ ପ୍ରତି ବିପଦ ଥିବା ସେ ଆଶଙ୍କା କରିଛନ୍ତି। ତେବେ ପୋଲିସ ତାଙ୍କ ମା’ଙ୍କ ଉପସ୍ଥିତିରେ ରେଳଷ୍ଚେଶନର ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ୮ଟା ୧୫ରେ ଜନଶତାବ୍ଦୀ ଏକ୍ସପ୍ରେସ୍ ୬ ନଂ. ପ୍ଲାଟଫର୍ମରେ ଲାଗିଥିଲା। ଏହାପରେ ସ୍ବିଟି ମେନ୍ ଗେଟ୍ ଦେଇ ରେଳ ଷ୍ଟେଶନରୁ ବାହାରି ଯାଇଥିବା ସିସିଟିଭିରୁ ଜଣାପଡ଼ିଛି। ତେଣୁ ତାଙ୍କ ମୋବାଇଲର ଶେଷ ଲୋକେଶନ୍କୁ ଟ୍ରାକ୍ କରାଯାଇଥିଲା। ଷ୍ଟେସନରୁ ବାହାରିବାର ୫ରୁ ୧୦ ମିନିଟ୍ ପରେ ମାଷ୍ଟରକ୍ୟାଣ୍ଟିନ୍ସ୍ଥିତ ଏକ ମଲ୍ ନିକଟରେ ସ୍ବିଟିଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ହୋଇଛି। ଜିଆର୍ପି ଅଧିକାରୀ ଜୟଦେବ ବିଶ୍ୱଜିତ କହିଛନ୍ତି, ଏନେଇ ଏଯାବତ୍ ମାମଲା ରୁଜୁ କରାଯାଇନାହିଁ। ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ମାମଲା ରୁଜୁ କରାଯିବ କି ନାହିଁ ବିଚାର କରାଯାଉଥିବା ସେ କହିଛନ୍ତି।
ତାଙ୍କ ମା’ଙ୍କ କହିବାନୁସାରେ, ସ୍ବିଟି କିଛିଦିନ ହେବ ପଶ୍ଚିମବଙ୍ଗସ୍ଥିତ ଘରକୁ ଯାଇଥିଲେ। ସେ ଜନଶତାବ୍ଦୀ ଟ୍ରେନର ଡି୪, ଏସ୍୩ କୋଚ୍ସ୍ଥିତ ୬୪ ନଂ. ସିଟ୍ରେ ବସି ବୁଧବାର ସାରେ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚତ୍ଥିଲେ। ଏହାପରେ ସେ କଲେଜ ଅଭିମୁଖେ ଯାଉଥିବା ମା’ଙ୍କୁ ଫୋନ କରି ଜଣାଇଥିଲେ। ହେଲେ ଏହାର କିଛି ସମୟ ପରେ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଦେଖାଇଥିଲା। ସେ କଲେଜରେ ପହଞ୍ଚତ୍ ନ ଥିବା କର୍ତ୍ତୃପକ୍ଷ କହିଥିଲେ। ତେଣୁ ଭୁବନେଶ୍ୱର ୟୁନିଟ୍-୧ରେ ରହୁଥିବା ସ୍ବିଟିଙ୍କ ସ୍ଥାନୀୟ ଅଭିଭାବକ ସୁରେଶଙ୍କୁ ପରିବାର ଲୋକେ ଖବର ଦେଇଥିଲେ। ସୁରେଶ ତୁରନ୍ତ ଏନେଇ ପ୍ରଥମେ ନୟାପଲ୍ଲୀ ଥାନାକୁ ଜଣାଇଥିଲେ।
Comments are closed.