ବିଶ୍ଵ ଯୋଗ ଦିବସ ପାଳିଲା ଶ୍ରମିକ କଂଗ୍ରେସ

ଜଟଣୀ(ସଞ୍ଜୀବ କୁମାର) : ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଅଷ୍ଟମ ଯୋଗ ଦିବସ ପାଳନ କରିଛି। ଗତକାଲି ଭୋର୍ ୬ ଟାରେ କୋଣାର୍କ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନ ବୈଷ୍ଣବଙ୍କ ପୌରୋହିତରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜର ଏସ କେ ଶ୍ରୀବାସ୍ତବ, ଖୋର୍ଦ୍ଧାରୋଡ଼ ମଣ୍ଡଳ ପ୍ରବନ୍ଧକ ଶ୍ରୀ ରୀଙ୍କେସ ରାୟ, ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଅଶୋକ କୁମାର ସମେତ ବହୁ ବରିଷ୍ଟ ଅଧିକାରୀ ଏହି ଶିବିରରେ ଯୋଗଦେଇଥିଲେ। ପୂର୍ବତଟ ରେଳବାଇ ମୁଖ୍ୟ କାର୍ଯ୍ୟାଳୟ, ମଞ୍ଚେଶ୍ୱର୍ ୱାଗନ ୱର୍କ ସପ ଓ ଖୋର୍ଦ୍ଧାରୋଡ଼ ମଣ୍ଡଳର ବିଭିନ୍ନ ବିଭାଗରୁ କର୍ମଚାରୀ ମାନେ ଯୋଗ ଦେଇ ନିଜକୁ କିପରି ସୁସ୍ଥ ରଖିବେ ସେହି ଉଦ୍ଦେଶ୍ୟରେ ଯୋଗ କରିଥିଲେ। ସକାଳ ଆଠଟା ପର୍ଯ୍ୟନ୍ତ ଶିବିର ଚାଲିଥିଲା। ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ସଂଯୋଜକ ଶ୍ରୀ ପ୍ରମୋଦ କୁମାର ସାହାଣୀ ଓ ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତିଙ୍କ ନେତୃତ୍ୱରେ ସଭାପତି ଶରତ ପଣ୍ଡା, ସୁନିଲ ପରିଡ଼ା, ତ୍ରିଲୋଚନ ବେହେରା, ସାମୁଏଲ୍ ପ୍ରଧାନ, ପି ରାଜା ରାଓଙ୍କ ସମେତ ଦୁଇଶହରୁ ଊର୍ଦ୍ଧ କର୍ମୀ ଏହି ଶିବିରରେ ଯୋଗ ଦେଇଥିଲେ।

Comments are closed.