ଜୁନ୍‌ ୨୫ରେ ନାମାଙ୍କନପତ୍ର ଦାଖଲ କରିପାରନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନଁା ମଙ୍ଗଳବାର ଘୋଷଣା କରାଯାଇଛି। ତେବେ ଦ୍ରୌପଦୀ ଜୁନ୍‌ ୨୫ରେ ନାମାଙ୍କନପତ୍ର ଦାଖଲ କରିପାରନ୍ତି ବୋଲି ସୂଚନା ମିଳିଛି। ତେବେ ଜୁନ୍‌ ୨୯ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ। ସେହିପରି ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ ରେ ଅନୁଷ୍ଠିତ ହେବ। ନିର୍ବାଚନରେ ଦ୍ରୌପଦୀ ଦ୍ରୌପଦୀ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ଟକ୍କର ଦେବେ। ବର୍ତ୍ତମାନ ରାଷ୍ଟ୍ରପତି ଥିବା ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେଉଥିବା ବେଳେ ଆଗାମୀ ରାଷ୍ଟ୍ରପତି କିଏ ହେବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

Comments are closed.