ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀନୀ

ନୂଆଦିଲ୍ଲୀ : ଭାଜପା ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଚୟନ କରାଯାଇଛି। ଭାଜପା ମୁଖ୍ୟାଳୟରେ ସଂସଦୀୟ ବୋର୍ଡ ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଘୋଷଣା କରିଛନ୍ତି।

ବୋର୍ଡ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର, ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ନୀତିନ ଗଡ଼କରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ସଂସଦୀୟ ବୋର୍ଡର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ଏନେଇ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁଙ୍କ ନୀତିଗତ ଦକ୍ଷତା ଏବଂ ଦୟାଳୁ ସ୍ବଭାବ ଦ୍ୱାରା ଦେଶର ବହୁ ଲାଭ ହେବ।

ଏହା ପୂର୍ବରୁ ଦ୍ରୌପଦୀ ମୁର୍ମୁ ୬ ବର୍ଷ ଏକ ମାସ ଧରି ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ସେ ଓଡ଼ିଶାର ରାୟରଙ୍ଗପୁରର ବାସିନ୍ଦା। ଜୁନ୍‌ ୨୦ରେ ସେ ତାଙ୍କର ୬୪ତମ ଜନ୍ମଦିନ ପାଳନ କରିଛନ୍ତି। ସେ ଜୁନ୍‌ ୨୪୫ରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କୁହାଯାଉଛି।

Comments are closed.