ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ : ଟିଏମ୍‌ସି ନେତା ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଘୋଷଣା କରିଛନ୍ତି। ମିଳିତ ବିରୋଧୀ ଦଳ ବୈଠକରେ ସିହ୍ନାଙ୍କ ନାଁ ଚୂଡାନ୍ତ କରାଯାଇଛି। ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ ଉପସ୍ଥିତିରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ସୂଚନା ମିଳିଛି। ସିହ୍ନା ଜୁନ୍‌ ୨୭ ପୂର୍ବାହ୍ନ ୧୧.୩୦ରେ ନାମାଙ୍କନପତ୍ର ଦାଖଲ କରିବେ।
ସୂଚନାନୁସାରେ, ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସିହ୍ନାଙ୍କ ନାମକୁ ସୁପାରିସ କରିବେ ବୋଲି ଚର୍ଚ୍ଚା ହେଉଥିଲା।

Comments are closed.