ଚା’ କିଲୋ ଲକ୍ଷେ ଟଙ୍କା
ନୂଆଦିଲ୍ଲୀ: ଆସାମର ଏକ ସ୍ୱତନ୍ତ୍ର ଭେରାଇଟି ଅର୍ଗାନିକ ଚା ‘ପଭୋଜାନ ଗୋଲ୍ଡ ଟି’ କିଲୋ ପିଛା ସୋମବାର ୧ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଯୋରାହାଟ ଅକ୍ସନ ସେଣ୍ଟରରେ ଏହା ଚଳିତ ବର୍ଷର ସର୍ବୋଚ୍ଚ ଦର । ପଭୋଜାନ ଅର୍ଗାନିକ ଟି ଇଷ୍ଟେଟ ଦ୍ୱାରା ଏହାକୁ ବିକ୍ରି କରାଯାଇଥିବା ବେଳେ ଆସାମ ଭିତ୍ତିକ ବ୍ରାଣ୍ଡ ଏସାହା ଟି ଏହାକୁ କ୍ରୟ କରିଥିବା ଜୋରହାଟ ଅକ୍ସନ ସେଣ୍ଟରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଏହି ଚା ର ସ୍ୱାଦ ବେଶ ସ୍ୱତନ୍ତ୍ର ହୋଇଥିବାବେଳେ ଦେଖିବାକୁ ମଧ୍ୟ ଏହା ଆକର୍ଷଣୀୟ । ଏହା ଦ୍ୱାରା ଗ୍ରାହକଙ୍କୁ ଏକ ଭିନ୍ନ ଅଭିଜ୍ଞତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଏସାହା ଟିର ସିଇଓ ବିଜିତ ଶର୍ମା କହିଛନ୍ତି ।
Comments are closed.