ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। କଣ୍ଡାଗାଁ ଜିଲା ମର୍ଦାପାଲ ଥାନା ଅନ୍ତର୍ଗତ ଖଡ଼ଖଡ଼ି ଗ୍ରାମରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ମାଓବାଦୀମାନେ ଶନିବାର ରାତିରେ ହତ୍ୟା କରିଛନ୍ତି। ତାଙ୍କ ନାମ ରାମୁ ବୋଲି ଜଣାପଡ଼ିଛି। ସେ ପୋଲିସକୁ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେଉଥିଲେ ବୋଲି ମାଓବାଦୀମାନେ ସେଠାରେ ଛାଡ଼ିଯାଇଥିବା ଏକ ପୋଷ୍ଟରରେ ଉଲ୍ଲେଖ ରହିଛି। ବସ୍ତର ମାଓବାଦୀ କମିଟି ଏହି ହିଂସା କାଣ୍ଡ ଘଟାଇଥିବା ସ୍ପଷ୍ଟ ହୋଇଛି। କଣ୍ଡାଗାଁ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।
Comments are closed.