ମହିଳାଙ୍କ ପ୍ରସବ ଦ୍ୱାରରେ ଡାକ୍ତର ଛାଡିଲେ ଗଜକନା, ମେଡ଼ିକାଲରେ ରୋଗୀ ସମ୍ପର୍କୀୟଙ୍କ ହଙ୍ଗାମା

କଳାହାଣ୍ଡି(ରୋହିତ କୁମାର ସାହୁ) : କଳାହାଣ୍ଡି ଜିଲ୍ଲାରେ ଡାକ୍ତରଙ୍କ ଖାମଖିଆଲ ଚିକିତ୍ସା ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଛି ଜ଼ିଲ୍ଲା ର ବିଭିନ୍ନ ଚିକିତ୍ସାଳୟ l କେବେ ରୋଗୀଙ୍କୁ ମାଡ଼ ମାରି ଡାକ୍ତର ଗିରଫ ତ କେବେ ଚିକିତ୍ସାଧିକାରୀ ଙ୍କ ଅସହଯୋଗ ଯୋଗୁଁ ଦାନ ମାଝୀ ନିଜ ସ୍ତ୍ରୀ ଙ୍କ ମୃତ ଦେହ କୁ ବୋହି ଚାଲିବା ଘଟଣା ।ଏଭଳି ଏକ ଅଭାବନୀୟ ଘଟଣା ଘାଟିଯାଇଛି କଳାହାଣ୍ଡି ଜିଲ୍ଲା ଡୁମେରଗୁଡା ଗାଁର ବିଶେକ ବେହେରା ଙ୍କ ସ୍ତ୍ରୀ ଦେବନ୍ତି ବେହରା ଙ୍କ ସହିତ l ଗତ ମେ ମାସ ୧୭ ତାରିଖ ଦିନ ପ୍ରସବ ଯନ୍ତ୍ରଣା ହେବାରୁ ଦେବନ୍ତି ବେହେରା ଙ୍କୁ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମେଡିକାଲ ରେ ଠିକ ସମୟରେ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦେବା ସହ ସେହି ଦିନ ହିଁ ଦେବନ୍ତି ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ହେଲେ ପ୍ରସବ ସରିବା ପରେ ପ୍ରସବ ଦ୍ୱାରରେ ଗଜକନା ଛାଡି ଦେଇଥିଲେ ଡାକ୍ତର ।ପରେ ଦେବନ୍ତି ଙ୍କୁ ୨୪ ଘଣ୍ଟା ଅର୍ଥାତ ୨୦ ତାରିଖ ଦିନ ଡିସଚାର୍ଜ କରିଦେଇଥିଲେ ମେଡ଼ିକାଲ କର୍ତ୍ତୃପକ୍ଷ କିନ୍ତୁ ପ୍ରସବ ଦ୍ୱାରରେ ଗଜକନା ଛାଡି ଦେଇଥିବା ନେଇ ଦେବନ୍ତି ଙ୍କ ପରିବାର କୁ କୌଣସି ସୂଚନା ନ ଦେଇ ମେଡ଼ିକାଲ ରୁ ଡିସଚାର୍ଜ କରିଦେଇଥିଲେ ।କିଛି ଦିନ ପରେ ଦେବନ୍ତି ଙ୍କ ପେଟ ଯନ୍ତ୍ରଣା ହୋଇଥିଲା ପରେ ପରିବାର ତାଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ଦେବନ୍ତି ଙ୍କୁ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ।ପରେ ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ଆସିବା ପରେ ଡାକ୍ତର ଜାଣିବାକୁ ପାଇଥିଲେ ଯେ ଦେବନ୍ତି ଙ୍କ ପ୍ରସବ ଦ୍ୱାର ଭିତରେ ଗଜକନା ରହିଛି ଯାହା କି ସଢ଼ି ଯିବା ସ୍ଥିତି ରେ ରହିଥିଲା ପରେ ଧର୍ମଗଡ଼ ମେଡ଼ିକାଲ ରେ ଦେବନ୍ତି ଙ୍କ ଗଜକନା କାଢ଼ିଥିଲେ ଡାକ୍ତର। ଏନେଇ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଜଣାଇ ଥିଲେ ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦେବନ୍ତି ଙ୍କ ପରିବାର।ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ କସ୍ତୁରୀ ମିଶ୍ର ତଦନ୍ତ ନିର୍ଦେଶ ଦିଆଯାଇଥିବା ବେଳେ ତଦନ୍ତ ରିପୋର୍ଟ ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

 

Comments are closed.