ପୁଣି ଘନେଇଲା ଅନୁଭବ ବର୍ଷା ବିବାଦ

ଭୁବନେଶ୍ୱର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ମଧ୍ୟରେ ପାରିବାରିକ କଳହ ଥମିବାର ନାଁ ଧରୁନି। ବର୍ଷାଙ୍କ ବିରୋଧରେ ଅନୁଭବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ଫେରାଦ ହୋଇଛନ୍ତି । ବର୍ଷା ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ତଥା କଳାଟଙ୍କା ରଖିଥିବାର ଅନୁଭବ ଅଭିଯୋଗ ଆଣିଛନ୍ତି।
ବର୍ଷାଙ୍କ ନାଁ(ନେମ) , ମଝି ନାଁ(ମିଡିଲ ନେମ) ଓ ସାଙ୍ଗିଆ(ସରନେମ)ର ବନାନ ମାଟ୍ରିକ ସାର୍ଟିଫିକେଟ , ଜନ୍ମ ସାଟିଁଫିକେଟ , ଆଧାର କାର୍ଡ, ପ୍ୟାନ କାର୍ଡ , ପାସପୋର୍ଟ ଓ ବ୍ୟାଙ୍କ ପାସବୁକରେ ଭିନ୍ନ ଭିନ୍ନ ରହିଛି। ଆକ୍ସିସ ବ୍ୟାଙ୍କରେ ବର୍ଷାଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି, ଯେଉଁଥିରେ ତାଙ୍କ ନାଁ ର ବନାନ ମଧ୍ୟ ଭିନ୍ନ ଭିନ୍ନ ରହିଛି। ଆକ୍ସିସ ବ୍ୟାଙ୍କରେ ଗୋଟିଏ ଆକାଉଣ୍ଟରେ ତାଙ୍କ ନାଁର ବନାନ ଅତିକମରେ ୫-୬ଥର ପରିବର୍ତ୍ତନ ହୋଇଛି। ବର୍ଷା ବିଭିନ୍ନ ସୋତ୍ରରୁ ଉପାର୍ଜନ ଉପରେ ଟିକସ ଫାଙ୍କିବା ପାଇଁ ଅବା କମ ପରିମାଣର ଟିକସ ଦେବା ନିମନ୍ତେ ଏଭଳି ଏକାଧିକ ପରିଚୟର ସରକାରୀ ଦସ୍ତାବିଜ ରଖିଥାଇ ପାରନ୍ତି ବୋଲି ଅନୁଭବ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ମାମଲା ଏବେ କୋର୍ଟଙ୍କ ବିଚାରାଧୀନ ରହିଛି। ଅନେକଥର ଉଭୟ ପରସ୍ପର ବିରୋଧରେ ପୋଲିସ ଷ୍ଟେଶନରେ ମଧ୍ୟ ଅଭିଯୋଗ କରିଛନ୍ତି।

Comments are closed.