ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସିଙ୍କୁଳା ତଇଲା ପଡ଼ା ଗ୍ରାମବାସୀ
ନୂଆଗାଁ( ପୁଷ୍ପଲତା ପ୍ରଧାନ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମି ପଞ୍ଚାୟତ ଅଧିନରେ ରହିଛି ସିଙ୍କୁଳା ତଇଲା ପଡ଼ା ଆଦିବାସୀ ଗ୍ରାମ । ସିଙ୍କୁଳା ତଇଲା ପଡ଼ା କୁ ମିଳିନଥିଲା ରାଜସ୍ବ ଗ୍ରାମର ମାନ୍ୟତା। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ସିଙ୍କୁଳା ତଇଲା ପଡ଼ା ରାଜସ୍ବ ଗ୍ରାମର ମାନ୍ୟତା ପାଇଛି। ରାଜସ୍ବ ଗ୍ରାମ ର ମାନ୍ୟତା ପାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦଶପଲ୍ଲା ବିଧାୟକ ଏବଂ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି। ସିଙ୍କୁଳା ତଇଲା ପଡ଼ା ଗ୍ରାମବାସୀ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ରାଜସ୍ବ ଗ୍ରାମ ର ମାନ୍ୟତା ପାଇବା ପରେ ଗ୍ରାମବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
Comments are closed.