୩ ଜଣ ଶିକାରୀ କୁ ଗିରଫ କରି କୋର୍ଟ ଚାଲାଣ କଲା ମହିପୁର ବନ ବିଭାଗ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ମହିପୁର ବନ ବିଭାଗ ଦ୍ବାରା ୩ ଜଣ ଶିକାରୀ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ମହିପୁର ବନାଞ୍ଚଳ ଅଧିକାରୀ ଅମ୍ରିତ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ମାନେ ଶିକାରୀ ମାନଙ୍କୁ ଧରିବା ପାଇଁ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ଛକି ବସିଥିଲେ। ସଂପଡ଼ା ଗ୍ରାମ ର ସମୀର ସ୍ୱାଇଁ,ବିକାଶ କୁମାର ମାର୍ଥା, ପ୍ରଶାନ୍ତ କୁମାର ମହାରଣା ଜନ୍ତୁ ଶିକାର କରିବା ପାଇଁ ଜି ଆଇ ତାର ବିଛାଇ ଥିଲେ।୩ ଜଣ ପଶୁ ଶିକାରୀ ସେହି ସ୍ଥାନକୁ ଆସିବା ସମୟରେ ଜଗି ରହିଥିବା ବନ କର୍ମଚାରୀ ତାଙ୍କୁ କାବୁ କରିନେଇଥିଲେ।ସେମାନଙ୍କ ଠାରୁ ମାଂସ , ଚାପୋଡ,୭ କେଜି ଜି ଆଇ ତାର ସହ ୧୫ ଟି ବୋତଲ ଜବତ କରିଥିଲେ।ଏହି ୩ ଜଣ ପଶୁ ଶିକାରୀ କୁ ଗିରଫ କରି ୧୨/୨୦୨୨-୨୦୨୩ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

Comments are closed.