ଗୁଳୁଗୁଳିରେ ଡହଳବିକଳ ଓଡିଶା

ଭୁବନେଶ୍ୱର : ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ପ୍ରଚଣ୍ଡ ଗ୍ରୀଷ୍ମ ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ରାଜ୍ୟର ୧୫ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୫ଟି ସ୍ଥାନରେ ୪୩ ଡିଗ୍ରୀ ସେଲସିୟସ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ମୁତାବକ ବଲାଙ୍ଗୀରରେ ୪୫. ୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୫. ୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ୪୪, ବରଗଡ଼ ୪୨. ୬ , ନୂଆପଡ଼ା, ୪୨.୪, ଦେବଗଡ଼ ୪୧.୨, ନବରଙ୍ଗପୁର ୪୦, ଝାରସୁଗୁଡ଼ା ୪୨. ୭, ସମ୍ବଲପୁର ୪୨, ସୁନ୍ଦରଗଡ଼ ୪୨, ହୀରାକୁଦ ୪୧.୩, ଭବାନୀପାଟଣା ୪୩. ୫, ମାଲକାନଗିରିରେ ୪୩,ସୋନପୁର ୪୧.୫ ଏବଂ ବାରିପଦାରେ ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଓଡ଼ିଶାର ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ତାପମାତ୍ରା ସାଧାରଣ ଲୋକଙ୍କୁ ଅସହ୍ୟ କରିଛି। ଆସନ୍ତା ୧୨ ଯାଏ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ ଆଦି ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Comments are closed.