ବିଜେପି ସଭାପତି ଗିରଫ, କାହିଁକି ଜାଣନ୍ତୁ ?
କୋଲକାତା : ପଶ୍ଚିମବଙ୍ଗର ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ପୁଲିସ ଗିରଫ କରିଛି । ଶନିବାର ଅପରାହ୍ନରେ ସେ ହିଂସା ପ୍ରଭାବିତ ହାୱଡ଼ା ଜିଲ୍ଲାକୁ ଯାଉଥିବାବେଳେ ପୁଲିସ ତାଙ୍କୁ ଉଠାଇ ନେଇଥିଲା ।
ସୁକାନ୍ତ ମଜୁମଦାର ଏବେ ବାଲୁରଘାଟର ସାଂସଦ ଅଛନ୍ତି । ବିଦ୍ୟାସାଗର ସେତୁ ନିକଟରେ ଥିବା ଟୋଲ ପ୍ଲାଜା ଠାରେ ତାଙ୍କୁ ଗିରଫ କରାଯାଇଛି ।
ଏନେଇ ପୁଲିସ ପକ୍ଷରୁ କୁହାଯାଇଛିଯେ, ୧୪୪ ଧାରା ଜାରି ହୋଇଥିବା ସ୍ଥାନକୁ ମଜୁମଦାର ଯାଉଥିଲେ । ତେଣୁ ଆଇନ ଶୃଙ୍ଖଳା ସ୍ଥିତିକୁ ଆଖି ଆଗରେ ରଖି ତାଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟଯେ, ଏବେ ହାୱଡ଼ାରେ ହିଂସାକାଣ୍ଡ ଜାରିରହିଛି । ବିଶେଷକରି ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଏଭଳି ହିଂସାକାଣ୍ଡ ଦେଖିବାକୁ ମିଳିଛି । ହାୱଡ଼ା ଜିଲ୍ଲାର କେତେକ ସ୍ଥାନରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଉଛି ।
Comments are closed.