ଭୁବନେଶ୍ବର: ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ଭରିଲେ ବିକ୍ରମ କେଶରୀ ଆରୁଖ । ଆଜି ସେ ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ପ୍ରସ୍ତାବକ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ବିଧାନସଭା ଆସିନଥିଲେ ମଧ୍ୟ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ବିକ୍ରମ । ଆସନ୍ତା ୧୩ ତାରିଖରେ ନିର୍ବାଚିତ ହେବେ ନୂଆ ବାଚସ୍ପତି । ପୂର୍ବରୁ ବିକ୍ରମ କେଶରୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଥିଲେ । ବାଚସ୍ପତି ପଦ ଲାଗି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ଆରୁଖ ଓଡିଶା ବିଧାନସଭାର ପରବର୍ତ୍ତୀ ବାଚସ୍ପତି ହେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତା ୧୩ ତାରିଖରେ ଏନେଇ ବିଧିବଦ୍ଧ ଘୋଷଣା ହେବ ।

ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ବିଭିନ୍ନ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ଶଶୀଭୂଷଣ ବେହେରା, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ସମୀର ଦାସ, ବିଧାୟକ ଭୁପିନ୍ଦର ସିଂ, ପ୍ରତାପ ଜେନା, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଧ୍ରୁବ ସାହୁ, ପ୍ରଣବ ବଳବନ୍ତରାୟ, ବିଷ୍ଣୁପଦ ରାଉତରାୟ, ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ, ଅଶୋକ ବଳ, ଚନ୍ଦ୍ରସାରଥୀ ବେହେରା, ପ୍ରଶାନ୍ତ ମୁଦୁଲି, ସୌଭିକ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.